(ମମତା ସାମଲ)ରିପୋର୍ଟସଟୁଡେ: ଗଂଜାମ ଜିଲ୍ଲା ପାରଳା ଇଂଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ୬ଦଫା ଦାବି ନେଇ ଉତ୍ୟକ୍ତ ଛାତ୍ର କଲେଜ ଗେଟରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନାନୁସାରେ, ଗତକାଲି ପାରଳା ଇଞ୍ଜିନିୟରିଂ କଲେଜର ୧ ନମ୍ବର ହଷ୍ଟେଲରେ ରନ୍ଧନ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୩ଜଣ ଛାତ୍ର ଆହତ ହୋଇଥିଲେ । ପରେ ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଆଜି ସକାଳୁ କଲେଜ ଛାତ୍ରମାନେ ଏହି ଘଟଣାକୁ ବିରୋଧ କରିଛନ୍ତି । ସେମାନେ କଲେଜ ଗେଟରେ ତାଲା ମଧ୍ୟ ପକାଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଛାତ୍ରଙ୍କୁ କ୍ଷତିପୂରଣ ଦେବା ସହ ହଷ୍ଟେଲରେ ରହୁଥିବା ଛାତ୍ରଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।
ଆହୁରି ମଧ୍ୟ ଦାବି ପୂରଣ ନହେବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।