କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୮ ବଖରା ଚାଳ ଛପର ଘର

0

ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ସମସ୍ତ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ପରେ ନିଆଁ ପାଖପାଖ ଘରକୁ ବ୍ୟାପି ଯାଇଥିଲା।
ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଅଗ୍ନିବିପନ୍ନ ।