ସୁବର୍ଣ୍ଣପୁରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

0

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କେହି ବିଲରେ ନଡା ପୋଡିବା ପାଇଁ ନିଆଁ ଲଗାଇଥିବା ବେଳେ ପାଖରେ ଥିବା ମେଗା ପାଣି ପ୍ରୋଜେକଟ ପାଇଁ ଗଛିତ ଥିବା RWSSର କୋଟିକୋଟି ଟଙ୍କାର ପାଇପ ପୋଡି ପାଉଁଶ ହୋଇଯାଇଛି ।

ଲଙ୍ଗଳକଟା ଗାଁର ଚାଷଜମି ଗୁଡ଼ିକରେ ମେସିନ ସାହାଯ୍ୟରେ ଧାନ କାଟି ସାରିବା ପରେ ପଡ଼ିରହିଥିବା ପାଳ ଗଦା ଗୁଡ଼ିକରେ ଅମାନିଆ ଲୋକ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାଷ ଜମିରୁ ନିଆଁ ଆସି ପାଇପ ଗଦାରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ ମଧ୍ଯ ଲକ୍ଷ୍ୟାଧିକ ଟଙ୍କାର ପ୍ଲାଷ୍ଟିକ ପାଣି ପାଇପ ପୋଡ଼ି ଯାଇଥିବାର ଅନୁମାନ କରାଯାଉଛି l