ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ କନୌଜରେ ଭୟଙ୍କର ସଡକ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ହାଇଓ୍ୱେରେ ଗୋଟଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ, ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍ ଶୁକ୍ରବାର ସକାଳେ ଟ୍ରକରେ ନେଇଥିଲା । ପୋଲିସ ଏବଂ ଜରୁରୀକାଳୀନ ଦଳ ଉକ୍ତ ସ୍ଥାନକୁ ଯାଇ ଆହତମାନଙ୍କୁ ସାଇଫାଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ।ଆଜି ଆଗ୍ରା-ଲକ୍ଷ୍ନ ଏକ୍ସପ୍ରେସୱେରେ ଏକ ବସ୍ ଏବଂ ୱାଟର ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏହି ବସଟି ଲକ୍ଷ୍ନରୁ ଦିଲ୍ଲୀ ଯାଉଥିଲା ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି କନୌଜ ପୋଲିସ ଅଧୀକ୍ଷକ ଅମିତ କୁମାର କହିଛନ୍ତି। ଧକ୍କା ହେବାର କାରଣ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି।