ପାକିସ୍ତାନରେ ଆତଙ୍କୀ ହମଲା: ୨୩ ଜଣଙ୍କୁ ଗୁଳିକରି ହତ୍ୟା

0

ପାକିସ୍ତାନରେ ପୁଣି ଆତଙ୍କୀ ହମଲା । ବଲୁଚିସ୍ତାନର ମୁସାଖେଳ ଜିଲ୍ଲାରେ ପଞ୍ଜ।।ବର ୨୩ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ୨୩ ଜଣ ଲୋକଙ୍କୁ ଜବରଦସ୍ତି ଗାଡିରୁ ବାହାର କରି ପରିଚୟ ପଚାରି ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କବାଦୀ ।
ସୂଚନା ଅନୁଯାୟୀ, ଆଜି ସକାଳେ ପାକିସ୍ତାନର ପଞ୍ଜାବ ଅଞ୍ଚଳର କିଛି ଯାତ୍ରୀ ବଲୁଚିସ୍ତାନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ମୁସାଖେଲ ଜିଲ୍ଲା ନିକଟରେ ବସ୍ ଅଟକାଇ ଓହ୍ଲାଇବାକୁ କହିଥିଲେ। ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଏହି ବର୍ବରତାରେ ୨୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।