ଶ୍ରୀନଗର-: ଜେଲରେ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଶଙ୍କା । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ସେଣ୍ଟ୍ରାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ଏବଂ ଜେଲର ସୁରକ୍ଷା ଦାଇତ୍ୱ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିଆଇଏସଏଫର ଉଚ୍ଚ ସ୍ତରୀୟ ଅଧିକାରୀ ସମୀକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ନେଉଛି । ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା ପରେ ଏବେ ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଜାମ୍ମୁ କାଶ୍ମୀର ଜେଲରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ସତର୍କତା ପାଇଁ ବିଶ୍ୱସ୍ତ ଗୁଇନ୍ଦା ତରଫରୁ ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଶ୍ରୀନଗର କେନ୍ଦ୍ରୀୟ ଜେଲ ଏବଂ ଜମ୍ମୁର କୋଟ ଭାଲୱାଲ ଜେଲକୁ କଡ଼ା ସୁରକ୍ଷା ନଜରରେ ରଖାଯାଇଛି ଏବଂ ନିୟୋଜିତ ସୁରକ୍ଷା ବାହିନୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।