ଯବାନଙ୍କ ଗୁଳିରେ ଆତଙ୍କବାଦୀ ନିହତ

0

ଜାମ୍ମୁ-: ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଛତ୍ରୁ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଜଣେ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅପରେସନରେ ଏପର୍ଯ୍ୟନ୍ତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।  ଛତ୍ରୁ ଅଞ୍ଚଳର ସମସ୍ତ ଜାଗାରେ  ଅପରେସନ୍ ଏବେ ବି ଜାରି ରହିଛି।

କିସ୍ତୱାର ଜିଲ୍ଲାର ଛତରୁ ଜଙ୍ଗଲରେ ସନ୍ଦିଗ୍ଧ କାର୍ଯ୍ୟକଳାପ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯିବା ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁ ସ୍ଥାନରେ ଆତଙ୍କୀଙ୍କୁ ନିପାତ କରାଯାଇଛି ସେଠାରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ-୪୭, ଏମ-୪ ରାଇଫଲ ଆଦି ରହିଛି।