କାଶ୍ମୀରରେ ଅଛନ୍ତି ୫୦ ଆତଙ୍କବାଦୀ,ଗୁମର ଖୋଲିଲେ ଗିରଫ ଆତଙ୍କୀ

0

(ରିପୋଟର୍ସ ଟୁଡେ,ନୁଆଦିଲ୍ଳୀ):ଜମ୍ମୁ-କାଶ୍ମୀରର କାଠୁଆରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ଜେରା କରାଯାଉଥିବାରୁ ବଡ ଗୁମର ଖୋଲିବାର ସୁଚନା ମିଳିଛି । ତେବେ ଜେରାରେ ଜୈଶ-ଏ-ମହମ୍ମଦର ବଡ ନେଟୱର୍କ କାଠୁଆ ଓ ପଞ୍ଜାବ ଜିଲ୍ଲାରେ ଏବେ ସକ୍ରିୟ ରହିଛି । ଏହାର ଚେର କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଥିବା ଆଶଙ୍କା କରାଯାଉଛି ।
ଗୁଇନ୍ଦା ସଂସ୍ଥାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ଜେରା ସମୟରେ ନିଜ ସହ କାମ କରୁଥିବା କିଛି ଓଭର ଗ୍ରାଉଣ୍ଡ ୱାର୍କର ଏବଂ ଆତଙ୍କବାଦୀଙ୍କ ନାଁ ପୁଲିସକୁ କହିଛନ୍ତି । ଖୁବଶୀଘ୍ର ପୁଲିସ ଏହି ସମସ୍ତଙ୍କୁ ଗିରଫ କରିପାରେ ।
ଏହି ଆତଙ୍କବାଦୀଙ୍କ ଫୋନକଲ ତାଲିକା ଏକାଠି କରୁଛି ପୁଲିସ । କାଶ୍ମୀର ଏବଂ ପଞ୍ଜାବରେ ଥିବା ଆତଙ୍କବାଦୀଙ୍କ ସହ ଏମାନଙ୍କ କଥାବର୍ତ୍ତାର ଡିଟେଲ ବାହାର କରୁଛି ପୁଲିସ । ଅମୃତସରରେ ନିରଙ୍କରୀ ଭବନରେ ହେବାକୁ ଥିବା ଆତଙ୍କବାଦୀ ଆକ୍ରମଣର ଗୁମର ମଧ୍ୟ ଏହି ଆତଙ୍କୀମାନେ ଖୋଲି ପାରିନ୍ତି ।
ଜେରା ସମୟରେ ଆତଙ୍କୀମାନେ ସୂଚନା ଦେଇଥିଲେ ଯେ ସେମାନେ କଠୁଆର ହୀରାନଗରରେ ଅନୁପ୍ରବେଶ କରିଥାନ୍ତି । ଗତ ତିନି ବର୍ଷରେ ସେହି ଜାଗା ଦେଇ ୪୦ରୁ ୫୦ ଆତଙ୍କବାଦୀ ହୀରାନଗର ଦେଇ କାଶ୍ମୀରରେ ପ୍ରବେଶ କରିଛନ୍ତି ।