ଆକ୍ରମଣ ପୂର୍ବରୁ ଏହି ଟାବଲେଟ ଖାଇ ନିଷ୍ଠୁର ପାଲଟିଯାଆନ୍ତି ଆତଙ୍କବାଦୀ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : କୌଣସି ମିଶନକୁ ବାହାରିବା ପରେ ଆତଙ୍କବାଦୀ ଅତି ନିଷ୍ଠୁର ହୋଇଯାଆନ୍ତି । ସାଧାରଣ ମଣିଷ ଟିଏ କାହା ଉପରେ ବି ହାତ ଉଠାଇଲେ ମନ ଦୁଃଖ ହୋଇଯାଏ । ଆତଙ୍କବାଦୀ ମାନେ ମଧ୍ୟ ମଣିଷ କିନ୍ତୁ କିପରି ବାରମ୍ବାର ଲୋକ ମାନଙ୍କ ହତ୍ୟା କରୁଛନ୍ତି ? ଏହି ପ୍ରଶ୍ନ କେଉଁଠି ନା କେଉଁଠି ମନକୁ ଆନ୍ଦୋଳିତ କରେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ଆତଙ୍କବାଦୀ ଯେକୌଣସି ମିଶନରେ ବାହାରନ୍ତି ହତିଆର ନେବା ସହ ମାନସିକ ସ୍ତରରେ ମଧ୍ୟ ଦୃଢ ହୋଇଥାନ୍ତି । ଆକ୍ରମଣ ସମୟରେ ଡର, ଭୟ କିମ୍ବା ପଶ୍ଚାତାପର ଛାପ ତାଙ୍କ ଚେହେରାରେ ନଥାଏ । ଏହା କେବଳ କଠୋର ତାଲିମ ତାହା ନୁହେଁ । ବରଂ ଗୋଟେ ସାଘାଂତିକ ନିଶାର ପରିଣାମ । ଆତଙ୍କବାଦୀଙ୍କ ପାଇଁ ଗୋଟେ ନିଶା ଟାବଲେଟ ରହିଛି । ଯାହା ଆତଙ୍କବାଦୀଙ୍କ ଭୋକ, ଥକ୍କାପଣ, ନିଦ ଏବଂ ଆଘାତକୁ କମ୍ କରିବାରେ ସାହାଯ୍ୟ କରେ । ଏହି ଟାବଲେଟର ନାଁ ହେଉଛି କେପ୍ଟାଗନ ।
ଯେଉଁ ସମୟରେ ହମାସ୍ ଇସ୍ରାଇଲ ଉପରେ ଆକ୍ରମଣ କରିଥିଲା କେପ୍ଟାଗନ ଟାବଲେଟର ନାଁ ଚର୍ଚ୍ଚାକୁ ଆସିଥିଲା । ତଥ୍ୟ ଅନୁସାରେ, ହମାସ୍ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଏହି ଟାବଲେଟକୁ ଖାଇଥିଲେ । ଇସ୍ରାଇଲରେ ଏବେ ଏହି ଡ୍ରଗକୁ ‘ନୁକବା ଡ୍ରଗ୍’ ବୋଲି କୁହାଯାଉଛି । ନୁକବା ଅର୍ଥ ହମାସ୍ ଆତଙ୍କୀ ୟୁନିଟର ଜଣେ ସଦସ୍ୟ ।

ତେବେ କେପ୍ଟାଗନ୍ ବଟିକାର କେମିକାଲର ନାଁ ହେଉଛି ଫେନେଥାଇଲିନ୍ । ୧୯୬୦ ଦଶକରେ ପିଲାଙ୍କ ଆଟେନ୍ସନ୍ ଡିସଅର୍ଡର ଚିକିତ୍ସା ପାଇଁ ଏହି ବଟିକାକୁ ବ୍ୟବହାର କରାଯାଉଥିଲା । ଯାହା ଥକ୍କାପଣକୁ କମ୍ କରେ, ଭୋକ କମାଏ, ଆତ୍ମ ବିଶ୍ୱାସ ବଜାୟ ରଖେ ଏବଂ କାମ କରିବାକୁ ଯୋଶ ଦିଏ । ଏହି ବଟିକାର ଦୂରୁପଯୋଗ ୧୯୯୦ ରେ କିଛି ଅଲମ୍ପିକ୍ ଖେଳାଳି କରିଥିଲେ । ଏହାର ଆଡ଼ିକ୍ଟିଭ୍ ଗୁଣ କାରଣରୁ ୧୯୮୦ ରେ ଏହି ବଟିକାକୁ ବ୍ୟାନ୍ କରାଯାଇଥିଲା । ଏହାପରେ ବେଆଇନ୍ ଭାବେ ଏହି ବଟିକାକୁ ବ୍ଲାକ୍ ମାର୍କେଟରେ ବିକ୍ରି କରାଗଲା । ଯାହାକୁ ପରେ ‘ଗରିବଙ୍କ କୋକିନ୍’ ମଧ୍ୟ କୁହାଗଲା । କମ୍ ଟଙ୍କାରେ ବିକ୍ରି ହେଉଥିବା ଏହି ବଟିକା ଶରୀର ପାଇଁ ବିପଦ ଡାକିଆଣେ କହିଲେ କିଛି ଭୁଲ୍ ହେବନି ।