ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ଝଟକା ଦେଶର ଅନେକ ରାଜ୍ୟରେ ଅନୁଭୂତ ହୋଇଛିୀ । ତେବେ ଏହି ଭୂମିକମ୍ପର ତୀବ୍ରତା ୭.୨ ରହିଛି । ଏହି ଭୂକମ୍ପ ରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ଆହୁରି ଅଧିକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୪୩ ଜଣ ନିଖୋଜ ରହିଛନ୍ତି ।
ଭୂକମ୍ପ ଯୋଗୁଁ ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା କରାଯାଇଛି । ଏମରଜେନ୍ସୀ ଘୋଷଣା କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି । କୋଠା ଭାଙ୍ଗିବା ଯୋଗୁଁ ଅନେକ ଦବିଥିବା ଆଶଙ୍କା କରାଯାଉଛି । ବ୍ରିଜ ମଧ୍ୟ ଭୁଶୁଡିଛି ।
ତେବେ ଏହି ଘଟଣାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।
ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଦୁଇ ଦେଶର ସରକାରଙ୍କ ସହିତ କଥା ହେବା ପାଇଁ MEA କୁ କୁହାଯାଇଛି ।