ପବିତ୍ର ଶ୍ରୀରାମ ନବମୀ ରେ ଉତ୍ସବମୁଖର ଠାକୁରମୁଣ୍ଡା

0

ମୟୁରଭଞ୍ଜ/ ବସନ୍ତ କୁମାର ସୋରେନ : ଆଜି ପବିତ୍ର ଶ୍ରୀରାମ ନବମୀ । ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିନ ଅବସରରେ ଗାଁ ଠୁ ସହର ସବୁଆଡେ ଉତ୍ସବ ମୁଖର ହୋଇପଡିଛି । ରାମ ରାମ ଧ୍ୱନିରେ କମ୍ପିବା ସହ ଭକ୍ତିି ମୟ ପରିବେଶ ସୃଷ୍ଟି ହୋଇଯାଉଛି । ସେହିପରି ଠାକୁରମୁଣ୍ଡା ହନୁମାନ କମିଟି ଦ୍ବାରା ବଜାର ହନୁମାନ ଛକରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା ହୋଇଯାଇଛି। ଏହି ଅବସରରେ ଏକ ବଜରଙ୍ଗ ଦଳ ପକ୍ଷରୁ ଏକ ବାଇକ୍ ରାଲି ରେ ରୁଗୁଡିବେଡା ସୀତାରାମ ମନ୍ଦିର ଠାରୁ ଠାକୁରମୁଣ୍ଡା ବଜାର ରୁ ଦିଗଧର ଗ୍ରାମ ମିଟୁଆଣି ଖେଡିଆ ପୋଷି ସୁନିନ୍ଦା ପର‌୍ୟ୍ୟନ୍ତ ବାଇକ୍ ରାଲି ଅନୁଷ୍ଠିତ ହୋଇ ହୋଇଯାଇଛି । ଏହା ସହିତ ସନ୍ଧା ସମୟରେ ହନୁମାନ ଛକରେ ପୂଜାର୍ଚ୍ଚନା ସହିତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ତା କରାଯାଇଛି । ଏହା କମିଟର ସଦସ୍ୟ ଶ୍ୟାମ ବଲଦେବା, ଠାକୁର ଦାସ ମହାନ୍ତ, ଉପେନ୍ଦ୍ର ମହାନ୍ତ, ପ୍ରଦିପ୍ ନାଏକ, କ୍ରିଷ୍ଣା ଓ ଶହଶହ ବଜରଙ୍ଗ କର୍ମୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।