ଭୁବନେଶ୍ୱର: ଥମୁନି ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରସଙ୍ଗକୁ ନେଇ ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବିଜେଡି । ଓଡିଶାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।ବିଜେଡି ପୋଲାଭରମ କମିଟି ଦିଲ୍ଲୀ ଗସ୍ତ କରିଥିଲା । ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଏସିଏସଟି କମିଶନ ଭେଟିଥିଲେ । ସେ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ସେହିପରି ଏହାପୂର୍ବରୁ ମଧ୍ୟ ପୋଲାଭରମ ପ୍ରସଙ୍ଗ ନେଇ ବିଧାନସଭାରେ ସ୍ୱର ଉଠାଇଥିଲେ ବିଜେଡି ।