କୁକୁରକୁ ତୋପ ସଲାମି

0

(ଅନୁସ୍ୱୟା)ଭୁବନେଶ୍ୱର: ଆମେ ଜାଣିଛେ ଦେଶ ପାଇଁ ବଳିଦାନ ଦେଇଥିବା ବା ସହିଦ ମାନଙ୍କୁ ତୋପ ସଲାମି ଦେଇ ସମ୍ମାନିତ କରାଯାଇଥାଏ । କିମ୍ବା କୌଣସି ଦେଶର ପ୍ରଧାନମନ୍ତ୍ରୀ ,ରାଷ୍ଟପତି,ମୁଖ୍ୟମନ୍ତ୍ରୀଙ୍କୁ କି ବରିଷ୍ଠ ନେତାଙ୍କୁ ତୋପ ସଲାମି ଦିଆଯାଇଥାଏ । କିନ୍ତୁ କେରଳ ପୁଲିସ ଏକ କୁକୁରକୁ ତୋପ ସଲାମି ଦେଇଛନ୍ତି ।
କେରଳ ପୁଲିସ ବିଭାଗର ଡଗ ସ୍କ୍ୱାର୍ଡରେ ଥଣ୍ଡର ନାମକ କୁକୁରଟିଏ ୨୦୦୯ ରେ ସାମିଲ ହୋଇଥିଲା । କେରଳ ପୁଲିସକୁ ବିଭିନ୍ନ ସର୍ଚ୍ଚ ଅପରେସନରେ ସଫଳତା ଦେଇଥିଲା ଥଣ୍ଡର । କୁକୁର ଥଣ୍ଡରକୁ ସାମିଲ କରାଯିବାର ଉଦ୍ଦେଶ୍ୟ ଥିଲା ଅପରାଧୀଙ୍କୁ ଖୋଜିବା ସହଜ ହେବ । ଥଣ୍ଡର ମଧ୍ୟ ପୁଲିସକୁ ସାହାଯ୍ୟ କରିଥିଲା । କେତେବେଳେ ହତ୍ୟାକାରୀକୁ ଖୋଜିବା ହେଉ କି କେତେବେଳେ ବୋମା ସନ୍ଧାନ ସବୁଥିରେ ପୁଲିସକୁ ସଫଳତା ଆଣିଦେଇଥିଲା ଏହି କୁକୁର ।
ତେବେ ରୋଗ କାରଣରୁ କିଛି ଦିନ ତଳେ ଡଗ ସ୍କ୍ୱାର୍ଡରୁ ଅବସର ନେଇଥିଲା ଥଣ୍ଡର । ଏହା ପରେ ଥ୍ରୀସୁରରେ ତାହାର ଚିକିତ୍ସା ଚାଲିଥିଲା । ତେବେ କୁକୁରଟିର ମୃତ୍ୟୁ ହୋଇଯାଇଥିଲା । ଥଣ୍ଡର ସିନା ଚାଲିଗଲା କିନ୍ତୁ ତାହାର ବଳିଦାନକୁ ଭୁଲି ନଥିଲା କେରଳ ପୁଲିସ । ନିଜର ପ୍ରିୟ ବନ୍ଧୁକୁ ଅନ୍ତିମ ବିଦାୟ ଜଣାଇବାକୁ ପୁଲିସ କର୍ମୀମାନେ ଏକତ୍ରିତ ହୋଇଥିଲେ । ପୁଷ୍ପମାଲ୍ୟ ସାଙ୍ଗକୁ ତୋପ ସଲାମି ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁଲିସ କର୍ମୀ ।