ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜୟନ୍ତୀ ପାଳିତ…

0

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଆପନ୍ନା ପରିଚ୍ଛା ସ୍ମୃତି ସଂସଦ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୭ତମ ଜୟନ୍ତୀ ଉତ୍କଳ ହିତୈଷିଣୀ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜିତେନ୍ଦ୍ର ନାଥ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଓ ସମ୍ମାନିତ ବକ୍ତା ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଯୋଗ ଦେଇ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନକୁ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସୁଲତା ଶୁଭ ଦର୍ଶିନୀ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ ଜଣାଇଥିବା ବେଳେ ଅଧ୍ୟାପକ ଶ୍ରୀ ସୌଦାଗର ସିଅ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏବଂ ଅନୁଷ୍ଠାନର ସମ୍ପାଦକ ଶ୍ରୀ ମୁରଲୀଧର ପରିଚ୍ଛା   ବିବରଣୀ ପାଠ କରିଥିଲେ। ଉକ୍ତ ସମାରୋହରେ ପରିଚ୍ଛା ମଠର ପୁନରୁଦ୍ଧାର ବିଷୟରେ ଆଲୋକପାତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେତା ପଟ୍ଟନାୟକ, ସ୍ନିଗ୍ଧା ମିଶ୍ର,ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ଚରଣ ପଣ୍ଡା,ସୁଧାଂଶୁ ଶେଖର ପଟ୍ଟନାୟକ,ଅଞ୍ଜନା ପଟ୍ଟନାୟକ,ସ୍ନେହା ବେହେରା, ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ପରିଚାଳନା କରିଥିଲେ।ଏହି ଅବସରରେ  “ଜାତୀୟ ଐତିହ୍ୟର ସ୍ମୃତି ସୌଧ ପରିଚ୍ଛା ମଠ” ପୁସ୍ତକର ଶୁଭ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା ହୋଇଥିଲା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯଥା  ଘନଶ୍ୟାମ ଜେନା, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଡ଼ଃ କଲ୍ୟାଣୀ ମିଶ୍ର, ସୁଶ୍ରୀ ଶୃତି ମଞ୍ଜରୀ ବର୍ଦ୍ଧନଙ୍କୁ  ସମ୍ବର୍ଦ୍ଧିତ  କରାଯାଇଥିଲା।   କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।