ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଉଦଯାପିତ ହୋଇଯାଇଛି । ଦୀର୍ଘ ଦିନ ଧରି ଚାଲିଥିବା ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପାର୍ବଣ ଭାବରେ ୨୦ତମ ପାତାଳୀ ମହୋତ୍ସବ ସମସ୍ତ ଦିଗରୁ ଆକର୍ଷଣୀୟ ଥିଲା।ବିଶେଷକରି ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ହଜାର ହଜାର ଭକ୍ତ ଙ୍କ ମନରେ ଏକ ଭକ୍ତିଭାବ ର ଉଦ୍ରେକ ହୋଇଥିଲା ।ଗତକାଲି ଥିଲା ମହୋତ୍ସବ ର ଅନ୍ତିମ ତଥା ସପ୍ତମ ସଂଧ୍ୟା ଉକ୍ତ ଅଧିବେଶନରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମାନ୍ୟବର ଡକ୍ଟର ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସଞ୍ଜୀବ ସାହୁ, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ରାଧାକାନ୍ତ ମହାକୁର ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ। ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ର ଏକ ଅନଲାଇନ ୱେବସାଇଟ।
ପତାଲି ଶ୍ରୀକ୍ଷେତ୍ର ଡଟ୍ କମ ନାମରେ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ ଯାହାକି ଏଣିକି ସମସ୍ତ ବିଷୟ ଏହି ସାଇଟରେ ଉପଲବ୍ଧ ହେବ।ଏହି ପୀଠର ବିକାଶ ପାଇଁ ସଦାସର୍ବଦା ଚେଷ୍ଟା କରିବି ଓ ଓଡିଶା ସରକାରଙ୍କ ପାଖରେ ଦାବି ରଖିଵି କହିଏହି ମାସ ଠାରୁ ପାତାଳୀ ରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ଜଗଦଲା କହିଥିଲେ।ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ମହ୍ଲାର ଭଜନ ଗ୍ରୁପ୍ ଦ୍ଵାରା ଭଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହା ସହ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ବୈ।ଦ୍ଧିକ ମଣ୍ଡପଠାରେ ପାତାଳୀ ସେନା ଓ ଆମ ସମ୍ବାଦ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଏଥିରେ ୩୭ୟୁନିଟ ରକ୍ତ ମଧ୍ୟ ସଂଗ୍ରହ ହୋଇଥିଲା। ୫୬ପ୍ରହରୀ ନାମ ଯଜ୍ଞ ମଧ୍ୟ ଆଜି ଦଧି ହାଣ୍ଡି ଭଞ୍ଜନ ପରେ ନଗର ପରିକ୍ରମା ସହ ଉଦଯାପିତ ହୋଇଯାଇଛି ।