୨୬ ତାରିଖରେ ହେବ ଲୋକସଭା ନିର୍ବାଚନ ପାଇଁ ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ

0

ନୂଆଦିଲ୍ଲୀ : ଆସନ୍ତା ୨୬ ତାରିଖରେ ହେବ ଲୋକସଭା ନିର୍ବାଚନ ପାଇଁ ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ । ତେଣୁ ଗତ କାଲି ଠାରୁ ସମସ୍ତ ପ୍ରାର୍ଥୀ ନିଜନିଜର ପ୍ରଚାର କାର୍ଯ୍ୟ ଶେଷ କରିଛନ୍ତି । ତେବେ ଏହି ପ ଏହି ପର୍ଯ୍ୟାୟ ରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୯ ଆସନ ପାଇଁ ଭୋଟଗ୍ରହଣ ବ୍ୟବସ୍ଥା କରାଯାଇଛି। ଏହି ଏହି ପର୍ଯ୍ୟାୟ ପାଇଁ ଉକ୍ତ ଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟ ରେ ୧୩ଟି ରାଜ୍ୟର ମତଦାତା ୧୨ ଶହ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ମଙ୍ଗ ଧିରିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।