ଭୁବନେଶ୍ବର: ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସୁରତରଙ୍ଗର ୩୧ତମ ବାର୍ଷିକ ଉତ୍ସବ ରବୀନ୍ଦ୍ରମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, କ୍ଲିୟର ୱାଟର ସଂସ୍ଥାର ନିର୍ଦେଶକ ପ୍ରେମ ଜୈଶ୍ବାଲ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡ. ମୂରଲୀ ଶର୍ମା, ବିଭୂତୀ ପଟ୍ଟନାୟକ, ସଭାପତି ସମୀର ମହାନ୍ତି ଓ ଉପସଭାପତି ବିଧୁଭୂଷଣ ନାୟକ ପ୍ରମୁଖ ଯୋଗଦେଇଥିଲେ।
ମୁଖ୍ୟ ସଂଯୋଜକ ପ୍ରିୟରଞ୍ଜନ ମହାନ୍ତିଙ୍କ ସଂଯୋଜାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁମାର ସାନୁଙ୍କ ଚିରସବୁଜ ସଙ୍ଗୀତକୁ ନେଇ ସଙ୍ଗୀତ ଆସର ‘କୁଛ ନା କହୋ’ ପରିବେଷଣ କରାଯାଇଥିଲା। ତେବେ ସନ୍ଧ୍ୟାର ଆକର୍ଷଣ ସାଜିଥିଲେ ବଲିଉଡର ଜୁନିୟର କୁମାର ସାହୁ। ଅନେକ ସଙ୍ଗୀତକୁ େସ ନିଜ ସୁମଧୁର କଣ୍ଠସ୍ବରରେ ତୋଳି ଧରିଥିଲେ। ଏହି ଅବସରରେ ସେ ସୋଚେଙ୍ଗେ ତୁମ୍ହେ ପ୍ୟାର…, ସାଁସୋ କି ଜରୁରତ…, କିତନା ହସିନା ଚେହରା…, ଏକ ଲଡକି କୋ ଦେଖା… ଆଦି ପରିବେଷଣ କରିଥିଲେ। ସେହିପରି ସେ କଣ୍ଠଶିଳ୍ପୀ ଶିଳ୍ପୀ, ବିଟୁ, ସ୍ମରଣିକା, ତନୁଶ୍ରୀ, ପ୍ରତିଭା ସଙ୍ଗୀତ ପରିବେଷଣ କରିଥିଲେ। ଯେଉଁଥିରୋ ତୁମ ଦିଲ କି ଧଡକନ ମେଁ…, ଦିଲ ହୈ କି ମାନତା ନେହଁ…, ବାଜିଗର ଓ ବାଜିଗର…, ସନମ ମେରେ ହମରାଜ…ଆଦି ଅନେକ ସଙ୍ଗୀତ ଥିଲା। ଏହି ଅବସରରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀଙ୍କୁ ସୁରତରଙ୍ଗ ଶୀର୍ଷ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ମାନପତ୍ର ସହିତ ଅଙ୍ଗବସ୍ତ୍ର ଏବଂ ୧୦ ହଜାରର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହାସହିତ ଜୀବନପ୍ରକାଶ ଦାଶ, ରାକେଶ ମହାନ୍ତି, ଡା. ସୀମରନ ଦାସ, ପ୍ରଭାତ କୁମାର ରାଉତ, ଶାନ୍ତିଲତା ଦାସ ଏବଂ ସମୀର ରଞ୍ଜନ ପ୍ରଧାନ, ବିକ୍ରାନ୍ତ ସିଂ, ସାନାୟା ସୁନୈନା, ରିତିକା ରିମଝିମ୍, ସ୍ମରଣୀକା ନାୟକ ଏବଂ ପ୍ରଶାନ୍ତ କୁମାର ଦାଶଙ୍କୁ ସୁରତରଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆରତୀ ପଣ୍ଡା ଏବଂ ଗୁଲସନ ନଦୀମ। ପ୍ରକାଶ ଥାଉକି ସୁରତରଙ୍ଗ ଅନୁଷ୍ଠାନ ନବାଗତ କଣ୍ଠଶିଳ୍ପୀ ଓ ବାଦ୍ୟଶିଳ୍ପୀମାନଙ୍କୁ ମଞ୍ଚ ପ୍ରଦାନ କରିବା ସହିତ ପ୍ରୋତ୍ସାହନ ଦେଇଆସୁଛି ଓ ଆଗକୁ ଏହି ଧାରା ବଜାୟ ରହିବ ବୋଲି ସୁରତରଙ୍ଗ ପକ୍ଷରୁ ପୀୟୁଷ ମହାନ୍ତି କହିଛନ୍ତି।