ବାଣପୁରରେ ଚାରଣ ପ୍ରବ୍ରଜ୍ୟା ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟିତ

0

ବାଣପୁର: ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପ୍ରାଙ୍ଗଣରେ ଶନିବାର ଦିନ ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ପ୍ରଭୁଙ୍କ ସହ ପ୍ରବ୍ରଜ୍ୟା କରନ୍ତି।ଉକ୍ତ ପ୍ରବ୍ରଜ୍ୟା ୧୯୯୦ ମସିହା ଠାରୁ ଆରମ୍ଭ ହୋଇ ଆସୁଅଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହକାରେ କରାଯିବ। ଆଜି ପ୍ରଥମ ଦିନରେ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଅପରାହ୍ନ ୩ଘଟିକା ସମୟରେ ବାଣପୁର ଭଗବତୀ ସାହି ଦାସରଥୀପୁର, ତଳସାହି, ରଘୁନାଥ ସାହି ଓ ଦକ୍ଷ ପ୍ରଜାପତି ସାହିରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା।

ସନ୍ଧ୍ୟା ୭ଘଟିକା ସମୟରେ ଏକ ଭାଗବତ ସଭାର ଆୟୋଜନ କରାଯାଇଥିଲା।ଉକ୍ତ ଭାଗବତ ସଭାକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଶ୍ରୀ ରଂକନାଥଙ୍କ ସ୍ଥାୟୀ ସଭାପତି ଓ ପ୍ରଥମ ସେବକ ରାଜକୁମାର ରାଜସାହେବ ସନ୍ତୋଷ ମୋହନଦେଵ ମାନସିଂ ହରିଚନ୍ଦନ ମର୍ଦରାଜ ଭ୍ରମରବର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷ ମିଟୁ ନାୟକ, ଶ୍ରୀଗୁଣ୍ଡିଚା ପତ୍ରିକାର ମୁଖ୍ୟ ସମ୍ପାଦକ ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ ଭାଗବତ ସଭାକୁ ପ୍ରାଧ୍ୟାପକ ଡଃ ଗୋପାଳ ଚନ୍ଦ୍ର ରଥ ଉପ ଦଳପତି ଡଃ ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ସାହୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ପରେ ଚାରଣ ପ୍ରବକ୍ତାଗଣଙ୍କ ଦ୍ୱାରା ଏକ ପ୍ରବଚନ କ୍ରଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ନବ ଦିନ ବ୍ୟାପି ସମସ୍ତ କାର୍ଯ୍ୟକ୍ରମକୁ ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ 108 ହନୁମାନ ଚାଳିଶା ଯଜ୍ଞ କମିଟି ପରିଚାଳନା କରୁଅଛି l