(ଚିତ୍ତରଞ୍ଜନ ସାହୁ /ବରଗଡ): ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ବରଗଡ଼ରେ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ଉଦଘାଟନୀ ଅବସରରେ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ, ବରଗଡ଼ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ,ବରଗଡ଼ ଆରଟିଓ ମାନସ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ବରଗଡ଼ର ଜନସାଧାରଣଙ୍କ ଦ୍ଵାରା ସହରର ଭଟଲି ଛକରୁ ଆରମ୍ଭ ହୋଇ ଥାନା ଛକ ପର୍ୟ୍ୟନ୍ତ ଏକ ପଦଯାତ୍ରା କରାଯାଇଥିଲା । କାର୍ୟ୍ୟକ୍ରମର ମୂଳ ଉଦେଶ୍ୟ ଡ୍ରାଇଭର, ଯାତ୍ରୀଠୁ ଆରମ୍ଭକରି ପ୍ରତ୍ୟେକ ଜନସାଧାରଣ ସଚେତନ ହୋଇ ଦୁର୍ଘଟଣା ହାରକୁ କମ କରାଯାଇ ପରିବା ସହ ଟ୍ରାଫିକ ନିୟମ ସମସ୍ତେ ଅବଗତ ହେବେ ଏଥିପାଇଁ ସପ୍ତାହବ୍ୟାପି ଏହି କାର୍ୟ୍ୟକ୍ରମ କରାଯାଇଥିବା ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ କହିଛନ୍ତି ।