ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ସୋମବାର ୨୦୦୦ଟଙ୍କା ଲେଖାଏଁ ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ସୋମବାର ଦିନ ୧୨ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି କୃଷକଙ୍କ ଖାତାରେ ଜାରି କରିଛନ୍ତି।
ମୋଦୀ କିଷାନ ସମ୍ମାନ ନିଧି ଯୋଜନା ହେଲପଲାଇନ ନମ୍ବର ୧୫୫୨୬୧/ ୧୮୦୦୧୧୫୫୨୬/ ୦୧୧-୨୩୩୮୧୦୯୨ରେ ସମ୍ପର୍କ କରି ପାରିବେ ଚାଷୀ। ଏଥିସହିତ ଇମେଲ ଆଇଡି pmkisan-ict@gov.in ରେ ନିଜର ଅଭିଯୋଗ ମଧ୍ୟ କରି ପାରିବେ। ଏତଦବ୍ୟତୀତ ଯେଉଁ ଚାଷୀ ଏହି କିଷାନ ଯୋଜନାର ଲାଭ ଉଠାକବାକୁ ଚାହୁଁଛି କିନ୍ତୁ ଏଯାବତ ଆବେଦନ କରି ନାହାନ୍ତି। ଅଧିକାରିକ ୱେବସାଇଟ pmkisan.gov.in ରେ ଯାଇ ରେଜିଷ୍ଟ୍ରେସନ କରି ପାରିବେ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାରକୁ ପ୍ରତିବର୍ଷ ୬ ହଜାର ଟଙ୍କା ଦିଆଯାଏ । ଏହା ୨୦୦୦ ଟଙ୍କାର ସମାନ କିସ୍ତିରେ ସିଧା ସଳଖ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଦିଆଯାଇଥାଏ । ଏହି ଯୋଜନା ଜରିଆରେ ଏପର୍ୟ୍ୟନ୍ତ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା କୃଷକ ପରିବାରକୁ ପଠାଯାଇ ସାରିଛି।