ଅପରାଧିକ ମାମଲା ପାଇଁ ଅଭିଯୁକ୍ତକୁ ୩ମାସ ତଡ଼ିପାର ନିର୍ଦ୍ଦେଶ

0

ଭୁବନେଶ୍ୱର : ଅପରାଧିକ ମାମଲା ପାଇଁ ଅଭିଯୁକ୍ତକୁ ୩ମାସ ତଡ଼ିପାର ନିର୍ଦ୍ଦେଶ | ଭୁବନେଶ୍ୱର ଅର୍ବାନ ଜିଲ୍ଲା ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା | ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଅନୁସାରେ ଦୁର୍ଦ୍ଧାନ୍ତ, ଅଭ୍ୟାସଗତ ତଥା ପେଷାଦାର ଅପରାଧି ସାଲିଆ ଓରଫ ଶିତୁଲ ଓରଫ ଅମିତ ସ୍ଵରୂପ ମହାପତ୍ରକୁ ୩ ମାସ ତଡ଼ିପାର | ୩ମାସ ପାଇଁ ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାକୁ ଆସିପାରିବେନି | ପୋଲିସ କମିଶନରଙ୍କ କୋର୍ଟରେ ହାଜର ନହେବାରୁ ଏଭଳି କାର୍ଯ୍ୟାନୁଷ୍ଠାନ | ଏ ନେଇ ଲିଙ୍ଗରାଜ ଥାନା ଆଇଆଇସିଙ୍କୁ ଅବଗତ କଲା କମିଶନରେଟ ପୋଲିସ |

୨୦୧୦ ରୁ ୨୦୨୨ ବାର ବର୍ଷ ମଧ୍ୟରେ ସମୁଦାୟ ତାଙ୍କ ନାମରେ ଶ୍ରୀ ଲିଙ୍ଗରାଜ ଥାନାରେ ୫ଟି ଏବଂ ଏୟାରପୋର୍ଟ ଥାନାରେ ୪ଟି ଅପରାଧିକ ମାମଲା ରୁଜୁ କରଯାଇଛି । ସେ ଜଣେ ଅଭ୍ଯାସଗତ ଅପରାଧୀ ହୋଇଥିବାରୁ ଶ୍ରୀ ଲିଙ୍ଗରାଜ ଥାନା ତରଫରୁ ତାଙ୍କ ବିରୁଦ୍ଧରେ CrPC-୧୧୦ ଧରା ଲାଗୁ ହୋଇସାରିଛି । ସେ ଅନେକ ସମୟରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ନିରୀହ ଜନତା ମାନଙ୍କୁ ଭୟଭୀତ କରାଇବା ସହ ଅନେକ ଅପରାଧ ଘଟାଇ ସାରିଛନ୍ତି । ତାର ଉପସ୍ଥିତି ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳ ଅଧିବାସୀ ଏବଂ ଭୁବନେଶ୍ୱରର ସାଧାରଣ ଜନତାଙ୍କା ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲା ।