ଗ୍ରାହକ ସେବା କେନ୍ଦ୍ର ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0

ଜୟପାଟଣା/ ଅରୁଣ କୁମାର ସାହୁ: ଗ୍ରାହକ ସେବାକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଆମ ରିପୋର୍ଟ୍ ଟୁଡେର ନିୟୁଜ ପ୍ରସାରଣ ପରେ ଜୟପାଟଣା ପୋଲିସ ତତ୍ପରତା ଦେଖାଇଛି । ଗତମାସ ୨୮ ତାରିଖ ଦିନ ଗ୍ରାହକ ସେବାକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରଥିବା ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । କଳାହାଣ୍ତି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଫେରାର ଥିବା ଏକ ପରିବାରର ଅଭିଯୁକ୍ତ ହରିଶଚନ୍ଦ୍ର ରାଉତ ଙ୍କ ସହ ଆଉ ଦୁଇ ମହିଳା ଅଲେର ରାଉତ ଓ ଲଳିତା ରାଉତ ମିଶି ଏଭଳି କାଣ୍ଡ ଘଟାଇ ଥିବା ନେଇ ଜୟପାଟଣା ଥାନାରେ ସ୍ବୟଂ ସହାୟକ ଗୋଷ୍ଠିର ତଥା ଅନ୍ୟାନ୍ୟ ମହିଳା ମାନେ ଅଭିଯୋଗ କରିଥିଲେ। ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକିନେଇ ଯାଇଥିବା ଅଭିଯୋଗ କରିଥିଲେ। ପାଖାପାଖି ୨୮ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଏହି ପରିବାର । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ ଘର ଦାଣ୍ଡକୁ ଆସି କିଛି ଋଣ ଦେଇଥିବା ସଂସ୍ଥାର ଲୋକ ବସିପଡୁଛନ୍ତି । ଏନେଇ ଜୟପାଟଣା ଥାନା ଏକ ମାମଲା ରୁଜୁ କରି ଗତକାଲି ଜୟପାଟଣା ପୋଲିସ୍ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।