କମିବ ନିଶାଡ଼ିଙ୍କ ଆଡ୍ଡା, ଲୁଟପାଟ ପାଇବ ହ୍ରାସ, ରାତିରେ ଆଉ ଲାଗିବନି ଭୟ

0

ଭୁବନେଶ୍ବର: ବାଲିଯାତ୍ରା ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କୁ ବଡ଼ ସୁବିଧା । ମଂଚେଶ୍ୱରରୁ ବରିମୁଣ୍ଡ ଲାଗିଲା ଷ୍ଟ୍ରିଟ୍ ଲାଇଟ୍ । ଖର୍ଚ ହେଲା ୪୬ ଲକ୍ଷ ଟଙ୍କା । ବିଏମସି ଦେଲା ୩୬ ଲକ୍ଷ, ବିଧାୟକ ଦେଲେ ୧୦ ଲକ୍ଷ ଟଙ୍କା । ରାତିରେ ଆଉ ଲାଗିବନି ଭୟ । କମିବ ନିଶାଡ଼ିଙ୍କ ଆଡ୍ଡା, ଲୁଟପାଟ ପାଇବ ହ୍ରାସ । ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଓ ବିଏମସି ମେୟର ସୁଲୋଚନା ଦାସ ଯାହା ପ୍ରତିଶ୍ରୁତି ଦେଇଥିଲେ । ତାହା ସେମାନେ ପୂରଣ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ୧୦ ଖଣ୍ଡ ଗାଁର ଲୋକ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ବିଶେଷକରି ମଂଚେଶ୍ୱର, ସତ୍ୟବିହାର, ବରିମୁଣ୍ଡ, ଇଂଜଣା, ଜରିପାଟଣା, ସିଙ୍ଗଡ଼ା, ରୋକଟ ଗାଁ ଲୋକ ବିଶେଷ ଉପକୃତ ହେବେ । ଏହା ଛଡ଼ା ଏବେ ଏହି ରାସ୍ତାରେ କଟକ ଓ ପୁରୀ ଯିବାକୁ ସହଜ ଓ ରାସ୍ତାର ଦୂରତା ହ୍ରାସ ପାଇବା କାରଣରୁ ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଅନ୍ଧାର ଓ ନିଛାଟିଆ ଥିବା କାରଣରୁ ଅନେକ ଯିବାକୁ ଭୟ ମଧ୍ୟ କରୁଥିଲେ । କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ ।

ଜାତୀୟ ରାଜପଥ ହାଇଟେକ୍ ହସ୍ପିଟାଲ ଛକରୁ ଭୁବନେଶ୍ୱର ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ୯୬ଟି ବିଦ୍ୟୁତ୍ ଖୁଣ୍ଟରେ ଆଲେକୀକରଣ କରାଯାଇଛି । ବିଏମସି ୫ନମ୍ବର ୱାର୍ଡର ଏସ୍କେପ୍ ପଡିଆରୁ ବାଲିଯାତ୍ରା ପର୍ଯ୍ୟନ୍ତ ପାଖାପାଖି ୨କିମି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ ଲାଗିଛି । ଏଥିପାଇଁ ବିଏମସି ପକ୍ଷରୁ ପ୍ରାୟ ୩୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବାଲିଯାତ୍ର ପଡିଆରୁ ବରିମୁଣ୍ଡ ପମ୍ପ ହାଉସ ଯାଏ ପ୍ରାୟ ଦେଢ କିମି ରାସ୍ତାରେ ଆଲୋକୀକରଣ ହୋଇଛି ।
ଦେଖନ୍ତୁ ଏହି ରାସ୍ତା ଏବେ ଆଲୋକୀକରଣ ହେବା ପରର ଦୃଶ୍ୟ ଆଉ ଆଲୋକୀକରଣ ପୂର୍ବର ଦୃଶ୍ୟ

ଉଦଘାଟନୀ ଉତ୍ସବରେ ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ମଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ବିଏମସି ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଡେପୁଟି ମେୟର ମଞ୍ଜୁଲତା କଅଁର, କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ, ଭାରତୀ ସିଂ, ବରିମୁଣ୍ଡଣ୍ଟ ସରପଞ୍ଚ ସୁପ୍ର୍ରି୍ରୟା ମଲ୍ଲିକ ଓ ସମିତି ସଭ୍ୟା ସସ୍ମିତା ବରାଳ, ସରପଞ୍ଚ ହେମନ୍ତ ପରିଡା , ନିହାରକାନ୍ତ ପଢିଆରୀ, ନର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ରାଜେଶ ସ୍ୱାଇଁ , ବସନ୍ତ ସ୍ୱାଇଁ, ଯୋଗେଶ ତ୍ରୀପାଠୀ, ପ୍ରତାପ ରାଉତରାୟ ପ୍ରମୁଖ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।