ପୂର୍ବ ସରକାରରେ ଵିଜ୍ଞାପନ ହୋଡିଂ ଟିକସ ଫାଙ୍କିଛନ୍ତି ଏଜେନ୍ସି । ସେମାନଙ୍କୁ କୈଫତ ମଗାଯିବ ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କ ଚେତାବନୀ । ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ବିଭିନ୍ନ ପୌରାଞ୍ଚଳରେ ଵିଜ୍ଞାପନ ହୋର୍ଡ଼ିଂ ପାଇଁ ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା ବେଳେ କୋଟି କୋଟି ଟଙ୍କା ବାକି ପଡିଛି । ସରକାରକୁ ଟଙ୍କା ନଦେଇ ସେମାନେ ବ୍ୟବହାର କରୁଛନ୍ତି । ଯଦିଓ ସେମାନଙ୍କୁ ଠାରୁ ଆଦାୟ ପାଇଁ ସ୍କୱାର୍ଡ ଏବଂ ଫୋର୍ସ ଅଛି। ତାକୁ ଲଗାଇ ହର୍ଡ଼ିଂ ଉଠାଇ ପାରିଥାନ୍ତେ କିମ୍ଭା opdr କେସ କରି ପାରିଥାନ୍ତେ । କିନ୍ତୁ ମୋ ନଜରକୁ ଏବେ ଆସିଛି। ସେମାନଙ୍କୁ ଖୁଵ ଶୀଘ୍ର ନୋଟିସ ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଲେ ମନ୍ତ୍ରୀ ।