ଭୁବନେଶ୍ୱର: ଆଜିଠୁ ପୁଣିଥରେ ଏମସ ଓପିଡି ଖୋଲାଯାଇଛି । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ଖୋଲିଛି ଏମସ ଓପିଡି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । କୋଭିଡ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପ୍ରତି ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅନ୍ୟପଟେ ରୋଗୀଙ୍କୁ ନିୟମିତ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ ଜାରି ରହିବ । ଉଲ୍ଲେଖ ଯୋଗ୍ୟ ଯେ କରୋନାର ତୃତୀୟ ଲହର ପାଇଁ ଜାନୁଆରୀ ୧୭ ରୁ ଭୁବନେଶ୍ୱର ଏମସର ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା ।