ମାଲକାନଗିରି : ଆଉ ଉପାନ୍ତ ହୋଇ ରହିବନି ମାଲକାନଗିରି ଜିଲ୍ଲା। ଆଗାମୀ ସପ୍ତାହ ମଧ୍ୟରେ ଉଡିପାରେ ଉଡାଜାହାଜ। ମାଲକାନଗିରି ଜିଲ୍ଲା ଏଆରଷ୍ଟ୍ରିପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ପାଖାପାଖି ୧୫ ଶହରୁ ଊର୍ଦ୍ଧ୍ବ ମିଟରର ଏଆରଷ୍ଟ୍ରିପ ଏବେ ଉଡାଜାହାଜ ଅବତରଣ ଅପେକ୍ଷାରେ। ଆସନ୍ତା କାଲି ଟ୍ରାଏଲ ଉଡାଣ ହେବାକୁ ଯାଉଛି। ଏହାପରେ ଡିଜିସିଏ ଅଧିକାରୀଙ୍କ ସବୁଜ ସଙ୍କେତ ମିଳିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭ ଉଦଘାଟନ ହେବାକୁ ଯାଉଛି ମାଲକାନଗିରି ଏଆରଷ୍ଟ୍ରିପ। ଏହାର ପରିକଳ୍ପନା ୨୦୧୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରି ସାରିଥିଲେ। ମାଲକାନଗିରିକୁ ଆଉ କେହି କହିବେନି ଉପାନ୍ତ। ସେ ପରିକଳ୍ପନା ଆଜି ରୂପ ନେବାକୁ ଯାଉଛି। ଫଳରେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବ, ପର୍ଯ୍ୟଟନ, ବ୍ୟାପାର ମଧ୍ୟ ବଢିବାର ବାଟ ଫିଟିବ। ସେଥିପାଇଁ ମାଲକାନଗିରି ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ହୃଦୟରୁ ଧନବାଦ ଜଣାଇଛନ୍ତି।