୧୨ ରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ

0

ଭୁବନେଶ୍ୱର: କମିଲା ବର୍ଷାର ପରିମାଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮.୪ ମିମି ତୁଳନାରେ ୬୦% କମ ରହିଛି । ତେବେ ଆସନ୍ତା ୨ ଦିନ ପର୍ୟ୍ୟନ୍ତ ରାଜ୍ୟ ରେ ବର୍ଷାର ପରିମାଣ କମିବ । କାରଣ କୌଣସି ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ରାଜ୍ୟ ଉପରେ ନାହିଁ । ତେଣୁ ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହୁଛି । ଏହା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୁତ ହେବା ସମ୍ଭବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।

ମୌସୁମୀ ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେର ରୁ ବାହାରି ଅଜମେର, ଗୁନା, ମାଣ୍ଡଲା, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧୨ ରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ । ଏହା ସହ ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀ ସ୍ଥିତି ମୁତାବକ ରାଜ୍ୟରେ ସମୁଦାୟ ୮୮୮.୪ ମିମି ବର୍ଷା ହୋଇଛି । ସେପଟେ ଉପକୂଳ ଓଡିଶାରେ ୫ ଜିଲ୍ଲା ଓ ଦକ୍ଷିଣ ଆଭ୍ୟନ୍ତରୀଣରେ ୪ ଜିଲ୍ଲା ଅର୍ଥାତ ୯ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।