ସୁକିନ୍ଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଯାଜପୁର ସୁକିନ୍ଦା/ ଅଂଶୁମାନ ବେହୁରା : ଆଜି ସୁକିନ୍ଦା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ଏହି ମହାବିଦ୍ୟାଳୟଟି ୨୦ ଜୁଲାଇ ୧୯୭୯ ମସିହାରେ ସ୍ଥାପିତ ହୋଇଥିଲା । ଏହି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିନା ଦେୟରେ ଯାତାୟତ ନିମନ୍ତେ ୮ ଗୋଟି ବସ ଥିବା ପରେ ମଧ୍ୟ ଆଜି ଏହି ବାର୍ଷିକ ଉତ୍ସବ ଉପଲକ୍ଷେ TSRDS ପକ୍ଷରୁ ଦିଆଯାଇଥିବା ଆଉ ଗୋଟେ ନୂତନ ବସର ଉଦଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେହିପରି ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ୬୦ ଲକ୍ଷ ଟଙ୍କା ବେୟର ନୂତନ ପାଠାଗାରକୁ ମଧ୍ୟ ଶୁଭ ଉଦଘାଟନ କରାଯାଇଥିଲା । ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଅତିଥିମାନେ ମଞ୍ଚାସିନ ହୋଇଥିଲେ । ମଞ୍ଚରେ ଥିବା ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଉତ୍ସବ ଆରମ୍ଭ କରାଯାଇଥିଲା । ଆଜିର ଏହି ବାର୍ଷିକ ଉତ୍ସବରେ ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ନାୟକ ସ୍ୱାଗତ ଭାଷଣ ଏବଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ, ସମ୍ମାନୀତ ଅତିଥିଭାବେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ , ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ୩୯ ନଂ ଜୋନ ଜିଲ୍ଲାପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ୩୮ ନଂ ସାଧୁ ଚରଣ ତିୟୁ , ସ୍ଥାନୀୟ ସରପଞ୍ଚ ସ୍ଵାଧୀନ ଦାସ, ନବଜ୍ୟୋତି ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ନିଜର ଉଦବୋଧନ ଦେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା କ୍ରୀଡ଼ାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ଏବଂ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।