ଜୁନାଗଡ଼ /ବ୍ୟମୋ କେଶ ପୁରୋହିତ: ବ୍ୟବସାୟୀଙ୍କ ଘରେ କଳାକନା ବୁଲେଇଲେ ଦୃର୍ବୁତ୍ତ । ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ଅଧିନସ୍ତ ରାଜପୁର ଗ୍ରାମରେ । ସୂଚନା ଅନୁଯାୟୀ , ବ୍ୟବସାୟୀଙ୍କ ରେ ୧୦ରୁ ୧୨ଜଣ ଦୃର୍ବୁତ୍ତ ପଶି ଧାରୁଆ ଅସ୍ତ୍ରୀ ଦେଖାଇ ଲୁଟି ନେଇଥିଲେ ୪ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ପରେ ଜୁନାଗଡ଼ ଥାନା ଓ ଚିଲଗୁଡ଼ା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।