ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ, ସେପ୍ଟେମ୍ବର ୨୧ ପରବର୍ତ୍ତୀ ଶୁଣାଣି

0

କଟକ: ଆଶାରେ ଆଶଙ୍କାରେ ASO ଆବେଦନକାରୀ । ସାନି ଚୟନ ପ୍ରକ୍ରିୟାରେ ହାଇକେର୍ଟଙ୍କ ରୋକା ଲଗାଇଛନ୍ତି । ଜବାବ ଦାଖଲ କରିବାକୁ OPSCକୁ କହିଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଗତ ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା । ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରାଯାଇଥିଲା।

ଗତ ନଭେମ୍ବର ୭ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ତେବେ ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ୱାଲିଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା ଓପିଏସସି । ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା । ଫଳରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ପରୀକ୍ଷାର୍ଥୀମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ମେ’ ୧୯ ତାରିଖରେ ତାକୁ ମଧ୍ୟ ହାଇକୋର୍ଟ ଖାରଜ କରି ଦେଇଥିଲେ।

ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ASO ପରୀକ୍ଷା ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରି ଦେବା ପରେ ଏଥିପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଓଡ଼ିଶା ଲୋକସେବା ଆୟୋଗ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।