ଆବଶ୍ୟକ ସମୟରେ ରଥ ଉପରକୁ ଯିବେ ସେବକଙ୍କ ସହାୟକ, ଅନ୍ୟ ସମୟରେ ଗଲେ ନିଆଯିବ ଆକ୍ସନ

0

ପୁରୀ-: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଦଇତାପତିଙ୍କ ବୈଠକ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତି ଯୋଗ ଦେଇଥିଲେ । ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଏବଂ ଉତ୍ତମ ସମନ୍ଵୟ, ଶୃଙ୍ଖଳିତ ନୀତି, ବ୍ୟବସ୍ଥାବଳି ଅନୂପାଳନ ଗୁରୁତ୍ବ ଦିଆଯାଇଛି । ଗତବର୍ଷର ପହଣ୍ଡି ଅଘଟଣ ଏଡାଇବାକୁ ସ୍ଵତ୍ଵଲିପି ଅନୁଯାୟୀ ସେବା ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ । ୩ ଜଣିଆ କମିଟିର ପରାମର୍ଶ ଅନୁଯାୟୀ ହେବ ପହଣ୍ଡି କାର୍ଯ୍ୟ । ରଥ ଉପରେ ଓ ପହଣ୍ଡି ସମୟରେ ମୋବାଇଲ୍ ସମ୍ପୁର୍ଣ୍ଣ ବାରଣ ହେବ । ନୀତି ଶୃଙ୍ଖଳା ଓ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ନିଯୋଗ ସମ୍ପାଦକ । ୪ଟି ପହଣ୍ଡି ଦଳ ପ୍ରସ୍ତୁତ କରିସାରିଛି ଦଇତାପତି ନିଯୋଗ । ସେବକଙ୍କ ସହାୟକ କେବଳ ଆବଶ୍ୟକ ସମୟରେ ରଥ ଉପରକୁ ଯାଇପାରିବେ । ଅନ୍ୟ ସମୟରେ ଗଲେ ଆକ୍ସନ ନିଆଯିବ । ଆଉ ରଥ ଉପରକୁ ଛଦ୍ମବେଶୀ ଚଢିଲେ ହେବ ଫୌଜଦାରି ମୋକଦ୍ଦମା