ଅଷ୍ଟ୍ରେଲିଆ ସିରିଜ୍ ହୋଇ ପାରେ ଶେଷ ସରିଜ
ଭବିଷ୍ୟତ ନିର୍ଧାରଣ କରିବ ଏହି ୩ ଦିବସୀୟ ଖେଳ, ଟ୍ୱେଟିଂ- ଟ୍ୱେଟିଂକୁ ଛାଡ଼ି ଦେଲେ ଦିନିକିଆରେ ଦେଖାଇ ପାରି ନାହାନ୍ତି ଚମତ୍କାର
ବ୍ୟୁରୋ : ସୂର୍ଯ୍ୟ କୁମାର ଯାଦବ । ମୁମ୍ବାଇର ଏହି ଅଲ ରାଉଣ୍ଡର ବ୍ୟାଟସମ୍ୟାନଙ୍କୁ ୩୬୦ ଡିଗ୍ରିି ପ୍ଲେୟାର ଭାବେ ସମସ୍ତେ ଜାଣନ୍ତି । ଆଇପିଏଲ ଓ ଟ୍ୱେଟିଂ- ଟ୍ୱେଟିଂ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଅନେକଙ୍କୁ ଚକିତ କରିଥିଲା । ବିଶ୍ୱର ଭଲ ଭଲ ବୋଲ ମାନେ ତାଙ୍କୁ ବୋଲିଂ କରିବାକୁ ଡରିଥିଲେ । ସୂର୍ଯ୍ୟଙ୍କ ଏଭଳି ଖେଳ ଦେଖି ବିସିସିଆଇ ମଧ୍ୟ ଖୁସ୍ ହୋଇ ଯାଇଥିଲା । ଏତେ ଦିନ ପରେ ଭାରତକୁ ଏମିତି ଜଣେ ଖେଳାଳି ମିଳିଥିଲା ଯିଏ କି ମ୍ୟାଚ ୱିନର ହୋଇ ପାରିବ । ତେଣୁ ସୂର୍ଯ୍ୟ କୁମାରଙ୍କୁ ଭାରତ ଟ୍ୱେଟିଂ- ଟ୍ୱେଟିଂ ଟିମ୍ ରେ ସାମିଲ୍ କରାଇଥିଲା । କିନ୍ତୁ ସୂର୍ଯ୍ୟ କୁମାର ସେତେଟା ପ୍ରଦର୍ଶନ କରି ପାରି ନାହାନ୍ତି । ଆବଶ୍ୟ କିଛି ମ୍ୟାଚରେ ତାଙ୍କୁ ଖେଳିବାର ସୁଯୋଗ ମିଳି ନାହିଁ ।
ସେପ୍ଟେମ୍ବର ୨୨ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ଦିନିଆ ଦିନିକିଆ ସିରିଜ୍ ଆରମ୍ଭ ହେବ । ତେବେ ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତ ପାଇଁ ଏହି ସିରିଜ୍ ବିଶେଷ ମହତ୍ତ୍ୱ ରଖୁଛି । କିଛି ଖେଳାଳିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଏହି ସିରିଜ୍ । ବିଶେଷ କରି ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କର ନଜର ରହିବ ।
ସୂର୍ଯ୍ୟ ଟି-୨୦ରେ ଏକ ନମ୍ବରରେ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ ସେ ଦିନିକିଆରେ ସେଭଳି କରିସ୍ମା ଦେଖାଇ ପାରିନାହାନ୍ତି । ଖରାପ ପ୍ରଦର୍ଶନ ପରେ ବି ତାଙ୍କୁ ଟିମରେ ସ୍ଥାନ ମିଳିବା ସହିତ ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ରଖାଯାଇଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ଯଦି ସୂର୍ଯ୍ୟ ଆଶାନୁରୂପ ଭାବେ ପ୍ରଦର୍ଶନ ନକରନ୍ତି ତେବେ ତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲିପାରେ । ଏଭଳି ସ୍ଥିତିରେ ତାଙ୍କର ବିକଳ୍ପ ଖେଳାଳିଙ୍କୁ ବିଶ୍ୱକପରେ ସୁଯୋଗ ଦିଆଯାଇପାରେ ।
ନିକଟରେ ସମାପ୍ତ ହୋଇଥିବା ଏସିଆ କପରେ ବାଂଲାଦେଶ ବିପକ୍ଷରେ ସୂର୍ଯ୍ୟ ଅଧିକ ରନ୍ ସଂଗ୍ରହ କରିପାରି ନଥିଲେ । ଗତ ୧୯ଟି ଦିନିକିଆରେ ସୂର୍ଯ୍ୟ ଗୋଟିଏ ବ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ୧୯ ମାସ ପୂର୍ବରୁ ସୂର୍ଯ୍ୟ ଶେଷ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମୋଟ ୨୫ଟି ଇନିଂସରେ ୨୪.୪୦ ଆଭରେଜରେ ୫୩୭ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୨ଟି ଅର୍ଦ୍ଧଶତକ ରହିଛି । ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ହେଲେ ସୂର୍ଯ୍ୟଙ୍କୁ କଙ୍ଗାରୁ ବିପକ୍ଷରେ ବଡ଼ ସ୍କୋର କରିବାକୁ ପଡ଼ିବ, ନଚେତ୍ ତାଙ୍କର ବିଶ୍ୱକପ ଖେଳିବାର ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ ।