ବିଭିନ୍ନ ସମସ୍ୟା ନେଇ ବାଲିମେଳା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

0

ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା : ବାଲିମେଳା ନଗର ବିଜେପି ପକ୍ଷରୁ ୧୦ ଗୋଟି ଦାବି ନେଇ ଏନଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ଦାବିପତ୍ର ପ୍ରଦାନ । ଉକ୍ତ ଦାବି ଗୁଡିକ ହେଲା ପାନୀୟ ଜଳ ନିମନ୍ତେ ପାଇପ ଲାଇନ ବିଛା ଯାଇଥିବା ବେଳେ ମୁଖ୍ୟ ଟାଙ୍କିର ପୁନଃରୁଦ୍ଧାର, ନଗରରେ ଥିବା ସମସ୍ତ ସ୍ମଶାନ ଗୁଡିକରେ ଅଲୋକୀକରଣ ଓ ପାନୀୟ ଜଳ ର ବନ୍ଦୋବସ୍ତ, ବସଷ୍ଟାଣ୍ଡ ସମେତ ୧୨ ଟି ୱାର୍ଡ ରେ ଥିବା ଗୋଷ୍ଠୀ ଶୌଚାଳୟ କାର୍ୟ୍ୟକ୍ଷମ କରିବା, ପରିମଳ ବ୍ୟବସ୍ଥା ରେ କାର୍ୟ୍ୟ କରୁଥିବା ଠିକା କର୍ମଚାରୀ ଙ୍କ ଦରମା ବୃଦ୍ଧି ଭଳି ୧୦ଟି ସମସ୍ୟା ଦାବି ପତ୍ରରେ ଉଲ୍ଲେଖ ରହିଛି । ତେବେ ଉକ୍ତ ସମସ୍ୟା ଗୁଡିକ ଯଦି ଆଗାମୀ ଦିନରେ ସମାଧାନ ନ ହୁଏ ତାହେଲେ ନଗର ବିଜେପି ପକ୍ଷରୁ ଏନଏସି କାର୍ୟ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ବରିଷ୍ଠ କର୍ମୀ ପ୍ରଦୀପ ନାୟକ, ଅରୁଣ ପାତ୍ର, ଜେ ଦିଲ୍ଲୀପ ଙ୍କ ସମେତ ଅନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।