ଜାତକକୁ ବିଶ୍ୱାସ କରି ପ୍ରେମିକଙ୍କୁ ହତ୍ୟା କଲେ ପ୍ରେମିକା

0

କେରଳର ତିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି । ଜାତକକୁ ବିଶ୍ୱାସ କରି ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ହତ୍ୟା କରଥିିବା ଅଭିଯୋଗ ହୋଇଛି । ଘଟଣା ଅନୁସାରେ, ଜଣେ ଯୁବତୀଙ୍କ ବିବାହ ଯବାନଙ୍କ ସହିତ ସ୍ଥିର ହୋଇଥିଲା । ଦୁହିଁଙ୍କ ଜାତକ ମଧ୍ୟ ମେଳ ଖାଇଥିଲା । ହେଲେ ପଣ୍ଡିତ ଝିଅର ଜାତକ ଦେଖିବା ପରେ କହିଥିଲେ, ଯଦି ଝିଅ ଜଣକ ପୁଅକୁ ବାହା ହୁଅନ୍ତି ତେବେ ପୁଅଟି ବାହାଘର ପରେ ମରିଯିବେ । ଏହି କଥା ଶୁଣିବା ପରେ କନ୍ୟାପକ୍ଷ ଲୋକଙ୍କ ମୁଣ୍ଡରେ ଚିନ୍ତା ପଶିଗଲା। ସେମାନେ ଭାବିଲେ ବାହାଘର ଭାଙ୍ଗିବା ଅପେକ୍ଷା ଅନ୍ୟ ଏକ ଉପାୟରେ ଏହି ସମସ୍ୟାକୁ ସମାଧାନ କରିବା। ହେଲେ ସେହି ଉପାୟ ଥିଲା ଖୁବ୍ ଭୟଙ୍କର। ଯାହାକି ବିଚରା ଯବାନଙ୍କର ଜୀବନ ନେବାକୁ ବି ପଛାଇଲାନି। ତେବେ ବିବାହ ସ୍ଥିର ହେବା ପରେ ଉଭୟ ଯୁବକ ଓ ଯୁବତୀ ଅନେକ ବାର ପରସ୍ପରଙ୍କୁ ଭେଟିଛନ୍ତି। ଏପରିକି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ଗତ କିଛି ଦିନ ହେବ ଯୁବକ ଜଣକ ଯେବେ ବି ତାଙ୍କ ପ୍ରେମିକାଙ୍କୁ ଭେଟୁଥିଲେ ତ ସେଠାରୁ ଫେରିବା ପରେ ଖୁବ୍ ଅସହଜ ଅନୁଭବ କରୁଥିଲେ। ତାପରେ ବାନ୍ତି କରୁଥିଲେ ଓ ଖୁବ୍ ଅସୁସ୍ଥ ମନେ କରୁଥିଲେ। ତେବେ ଦିନେ ସେ ତାଙ୍କ ପ୍ରେମିକାଙ୍କ ପାଖରୁ ଫେରିବା ପରେ ଖୁବ୍ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ଯୁବତୀଙ୍କ ନାମରେ ସ୍ଲୋ ପଏଜନ୍ ଦେଇ ହତ୍ୟା କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି। ତେବେ ବାସ୍ତବରେ ତାଙ୍କ ପ୍ରେମିକା ତାଙ୍କୁ କିଛି ବିଷାକ୍ତ ପାନୀୟ ପିଇବାକୁ ଦେଉଥିଲେ କି ନାହିଁ ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।