ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ;OTET  ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର

0

ଭୁବନେଶ୍ୱର: ବଢିଲା OTET ବୈଧତା । ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । OTET  ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଥରେ OTETପାସ୍ କଲେ ଆଉ ପରୀକ୍ଷା ଦେବାକୁ ପଡିବନି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ସୂଚନା । ଏଣିକି ଥରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ ପଡିବନି ପରୀକ୍ଷା । ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଓଟିଇଟି ପରୀକ୍ଷାରେ ଉତିର୍ଣ୍ଣ ହେଲେ ୭ ବର୍ଷ ପାଇଁ ବୈଧ ଥିଲା । ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସୀର ମାହୋଲ ଖେଳିଯାଇଛି ।