ଗଞ୍ଜାମ/ ରଜନୀକାନ୍ତ ପାତ୍ର: କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଛକ ନିକଟରେ ସାଇକେଲକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ମୃତ ସାଇକେଲ ଆରୋହୀ ହେଲା ବଡଆଗୁଳ ଗ୍ରାମର ସୁନୀଲ ଡାକୁଆ । ସେ ରାଜ୍ୟ ରାଜପଥ ୩୧ ପାର ହେବା ବେଳେ ଦୃତ ଗତିରେ ଆସୁଥିବା ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀ ସୁନୀଲ ଓ ବାଇକ ଆରୋହୀ ବୁଢ଼ାମ୍ବ ଗ୍ରାମର ଜିତେନ୍ଦ୍ର ମହାରଣା ଗୁରୁତର ହୋଇଥିଲା । ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସୁନୀଲ ଡାକୁଆ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ସାଇକେଲକୁ ଜବତ କରି ତଦନ୍ତ ଚଳାଇଛି ।