ନବରଙ୍ଗପୁର: ଗଛରେ ଝୁଲୁଛି ତିନି ଯୁବତୀଙ୍କ ମୃତ ଦେହ । ଏଭଳି ଅଭାବନିୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡଙ୍ଗରିଭଟା ଠାରେ । ଏକ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତିନି ଜଣ ଯୁବତି ହେଲେ ହେମଲତା ଗୌଡ, କୌଶଲ୍ୟା ମାଝୀ,ଓ ଫୁଲମତି ମାଝୀ । ତିନଜଣ ଯୁବତୀ ତିନି ସାଙ୍ଗ ସୂଚନା ମିଳିଛି । ନିଜ ଓଢଣୀରେ ଗୋଟିଏ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ଆତ୍ମହତ୍ୟା ନା କିଏ ମାରିଛି ତାହାର କାରଣ ଅସ୍ପଷ୍ଟ ଅଛି । ମୃତ ଦେହ ଜବତ କରି ପୁଲିସ ଏ ନେଇ ଅଧିକ ତଦନ୍ତ କରୁଛି ।