କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କଲମପୁର ଥାନା ଅନ୍ତର୍ଗତ ଖଳିଆଭଟା ଗ୍ରାମରେ ଏକ ହୃଦୟବିଦରକ ଘଟଣା ଘଟି ଯାଇଛି।ଏକ ୨ବର୍ଷ ୭ ମାସ ର ଛୁଆ ର ଶବ କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ।ସୂଚନା ଅନୁଯାୟୀ ଖାଲିଆଭଟା ଗାଁ ର ଅଗସ୍ତି ତାଣ୍ଡିଙ୍କ ଦୁଇ ବର୍ଷ ସାତ ମାସ ର ପୁଅ ଅଧିରାଜ ତାଣ୍ଡି ଆଜି ଦିନ ୧୨ ଟାରୁ ନିଖୋଜ ଥିବା ବେଳେ ଘର ଲୋକେ କୂଅ ରେ ପଡିଥିବା ନେଇ ୧୧୨ କୁ କଲ କରି ସହାୟତା ମାଗିଥିଲେ ପରିବାର ଲୋକେ।ଏ ନେଇ ଘଟଣା ସ୍ଥଳରେ ପୋଲିସ ପହଂଚି ଛାନଭିନ କରିବା ବେଳେ ଏକ କୂଅ ରେ ପଡି ଥିବା ଦେଖା ଯାଇଥିଲା।ତୁରନ୍ତ ଅଗ୍ନିଶମ କର୍ମଚାରୀ ଖବର ଦିଆଯାଇଥିଲା।ଅଗ୍ନିଶମ କର୍ମଚାରୀ ଶବ ଉଦ୍ଧାର କରିଥିବା ବେଳେ ପୋଲିସ ପୋଲିସ ଶବ ଜବତ କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ଏଯାଏଁ ମୃତ୍ୟୁର କାରଣ ଜଣାପଡି ନାହିଁ।