ବାଲେଶ୍ୱର;(ରିପୋଟର୍ସ ଟୁଡେ) ;-ଦେହୁର୍ଦା ସ୍ଥିତ ଭଡା ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରୋଇ ବ୍ଳକ ମନ୍ଦାରସାହି ପଞ୍ଚାୟତରେ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଛି । ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ମୁତାବକ, ବ୍ଳକରେ ମିଟିଂ ସାରି ନିଜ ଭଡାଘରକୁ ଫେରିଥିଲେ ମୋନାଲିସା । କିନ୍ତୁ ସକାଳୁ ତାଙ୍କ କବାଟ ଖୋଲିନଥିଲା । କବାଟ ବନ୍ଦ ଦେଖି ପାଖ ଲୋକଙ୍କ ସନ୍ଦେହ ହେବାରୁ ଝରଟା ପଟେ ଦେଖିଥିଲେ । ସେତେବେଳେକୁ କନିଷ୍ଠ ଯନ୍ତ୍ରୀ ମୋନାଲିସା ଫ୍ୟାନରେ କପଡା ଲଗାଇ ଝୁଲି ପଡିଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।