ଭୁବନେଶ୍ୱର/ଆଦର୍ଶ ରାଉତ: ରାଜଧାନୀରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅଧୀନ ଏକ ବସ୍ତି ରେ ଘଟିଛି ଘଟଣା । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ଅନ୍ୟ ଜଣେ ଯୁବତୀ ଙ୍କ ସହ ଭଡା ରେ ରହୁଥିଲେ । ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଠାବ ଜବତ ହୋଇଛି । ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଭିଯୋଗ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ । ସାଇଣ୍ଟିଫିକ ଜରିଆରେ ତଦନ୍ତ କରୁଛି ଭରତପୁର ଥାନା ପୋଲିସ ।