ବ୍ରିଜ ନିକଟରୁ ଉଦ୍ଧାର ହେଲା ଶବ, ହତ୍ୟା ସନ୍ଦେହ କଲେ ପରିବାର

0

ବାଲିଗୁଡା /ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଦଣ୍ଡପଦର ବ୍ରୀଜ ନିକଟରେ ଜଣେ ବ୍ୟକ୍ତୀଙ୍କ ଶବ ଉଦ୍ଧାର ।ମୃତ୍ୟୁ ବ୍ୟକ୍ତି ହେଉଛନ୍ତି କଟକ ଜିଲ୍ଲା ଚଉପଡା , ଥାନା ଗୋବିନ୍ଦପୁର ର ପହଲି ଭୋଇଙ୍କ ପୁତ୍ର କାଶିନାଥ ଭୋଇ ବୋଲି ଜଣାପଡିଛି । ଗତ ୨୨ ରେ ପରିବାର ପକ୍ଷରୁ ମୃତକ କାଶିନାଥ ଭୋଇଙ୍କ ନିଖୋଜ ଖବର ବାଲିଗୁଡା ଥାନାରେ ଦିଆଯାଇଥିଲା । ଆଜି କିଛି ଲୋକ ମୃତ୍ୟୁ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ୍ୟୁ ବ୍ୟକ୍ତୀଙ୍କ ପରିବାରକୁ ଖବର ଦେବା ସହିତ ଘଟଣାର ତଦନ୍ତ କରୁଥିବା ବାଲିଗୁଡା ଆଇଆଇସି ସୁଶାନ୍ତ ସାହୁ ପ୍ରକାଶ କରିଛନ୍ତି । ମୃତ୍ୟୁ କାଶିନାଥ ଭୋଇ ଜଣେ ଡ୍ରାଇଭର,ସେ ଏକ ଟୁରିଷ୍ଟ ବସରେ ଭବାନୀପାଟଣା ଠାରୁ ଉତ୍ତର ପ୍ରଦେଶ ଅଭିମୁଖେ ଗାଡି ଚାଳକ ଭାବରେ ଗାଡିରେ ଯାଇଥିଲେ,ଅନ୍ୟ ଏକ ଡ୍ରାଇଭରଙ୍କ ସହିତ କାଶିନାଥ କ ଝଗଡା ହୋଇଥିବା ପରିବାରକୁ ଫୋନଯୋଗେ ସେ ଜଣାଇଥିବା ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି ।ଆଜି ତାଙ୍କ ମୃତ୍ୟୁ ଶରୀର ଦଣ୍ଡପଦର ବ୍ରିଜ ନିକଟ ଏକ ବୁଦାମୁଳେ ପଡିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ସଂନ୍ଦେହ ପ୍ରକଟ କରିଛନ୍ତି । ମୃତ୍ୟୁ ବ୍ୟକ୍ତୀକ ଗୋଡ,ମୁଣ୍ଡ,ଗାଲରେ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।