ଲାଇଭ ଟେଲିକାଷ୍ଟ ବେଳେ ବୋମା ଫୁଟିଲା

0

ନ୍ୟୁଜ୍ ଆଙ୍କର ଖବର ପଢୁଥିଲେ । ଲାଇଭ ଟେଲିକାଷ୍ଟ ହେଉଥିଲା ।  ଆଉ ଠିକ୍ ଏତିକି ବେଳେ ପଛରେ ବୋମା ଫୁଟିଲା । ଆଉ ଯାହାପରେ ଏବେ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।  ଇରାନରେ ଉପସ୍ଥାପିକା ଖବର ପଢିବା ବେଳେ ବୋମା ଫୁଟିଛି  । ଇସଲାମିକ ରିପବ୍ଲିକ ଅଫ ଇରାନ୍‌ ବୋଡକାଷ୍ଟର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଷ୍ଟୁଡିଓରେ ଲାଇଭ ଟେଲିକାଷ୍ଟ ଚାଲିଥିବା ସମୟରେ ଇସ୍ରାଏଲ ପକ୍ଷରୁ ଷ୍ଟୁଡିଓରେ ବୋମା ବିସ୍ଫୋରଣ କରାଯାଇଥିଲା । ଯାହାପରେ ଉପସ୍ଥାପିକା ଜଣକ ଚେୟାରରୁ ଉଠି ଦୌଡିବାକୁ ଲାଗିଲେ । ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ କ୍ୟାମେରାରେ କଏଦ କରାଯାଇଛି । ବିସ୍ଫୋରଣ କରିବା ପୂର୍ବରୁ ଇସ୍ରାଏଲର ଡିଫେନ୍ସ ଫୋର୍ସ ଇରାନର ରାଜଧାନୀ ତେହେରାନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ୧୬ ଜୁନ୍‌ରେ ଇସ୍ରାଏର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଥିଲେ ଯେ, ଇରାନର ରାଜଧାନୀ ତେହେରାନ ଏବେ ଇସ୍ରାଏଲର କଏଦରେ ରହିଛି ।

ଷ୍ଟୁଡିଓରେ ଏପରି ଆକ୍ରମଣ ପରେ ଇସ୍ରାଏଲ ମିଲାଟରୀ ପକ୍ଷରୁ କୁହାଯାଇଛି , ଇରାନର ସଶସ୍ତ୍ର ବଳ ଏହି ସେଣ୍ଟରର ବ୍ୟବହାର ନାଗିରକଙ୍କ ନାଁରେ ମିଲିଟାରୀ ଅପରେସନ ପାଇଁ ବ୍ୟବହାର କରାଯାଉଥିଲା । ଏଥିସହ ସେ ଏହାମଧ୍ୟ କହିଛନ୍ତି, ଏହି ଆକ୍ରମଣ ବହୁତ ଯାଞ୍ଚ କରି କରାଯାଇଛି ବୋଲି  ।