ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ହିର୍ଲି ଠାରେ ଜଣେ ବାଳକର ମୁଣ୍ଡରେ ଲୁହା ରଡ଼ ପସି ଗୁରୁତର ଆହତ ହୋଇଛି ।ବାଳକର ଜଣଙ୍କ ହେଉଛନ୍ତି ଅଭି ହରିଜନ ।ଆହତ ହୋଇଥିବାରୁ ପରିବାର ଲୋକେ ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ।
ସୂଚନା ମୁତାବକ, ଅଭି ନଦୀ ନିକଟରେ ଖଜୁରୀ କୋଳି ତୋଳିବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ତଳେ ପଡି ଯାଇଥିଲେ । ଏହି ସମୟରେ ଖଜୁରୀ ତୋଳିବାକୁ ଥିବା ଲୁହା ରଡ଼ ତାଙ୍କ ମୁଣ୍ଡରେ ପସି ଯାଇଥିଲା । ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ । ଵର୍ତ୍ତମାନ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।