ପ୍ରେମିକାକୁ ଛୁରିରେ ଆକ୍ରମଣ କରି ନିଜକୁ ମାରିଲେ ପ୍ରେମିକ

0

ଦେବଗଡ / ସୁଦାମ ବେହେରା : ଦେବ ଗଡ ଜିଲ୍ଲା ମଞ୍ଚିପକ୍ଷଲ୍ ଅଞ୍ଚଳ ରେ ପ୍ରେମୀ ଯୁଗଳ ଙ୍କ ଆତ୍ମ ହତ୍ୟା, ପ୍ରେମିକ ଘଟନକ୍ଷ ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରେମିକା ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନତର ।
ସୂଚନା ଅନୁଯାୟୀ , ଗତ ଶନିବାର ସନ୍ଧ୍ୟାରେ ଦେବ ଗଡ଼ ଜିଲ୍ଲା ମଞ୍ଚିପକ୍ଷଲ୍ ର ୱାର୍ଡ ଦ୍ଭକ୍ଟ ୪ ରେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ପ୍ରେମିକ ଛୁରିରେ ପ୍ରେମିକାଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ତେବେ ପ୍ରେମିକ ସିମଚଳ ସକ୍ଷସମଲ୍ (ବୟସ ୩୪) ଜଣେ ଡ୍ରାଇଭର ହୋଇଥିବା ବେଳେ ପ୍ରେମିକା ଜଣଙ୍କ ବଇଁଶୀ କାରିଗରଙ୍କ ଝିଅ ରିତା କାରିଗର ( ବୟସ ୨୮) ବୋଲି ଜଣାପଡିଛି । ତେବେ ଏଭଳି ଘଟଣା ପ୍ରେମିକକ୍ଷ ଘର୍ ନିକଟ ରାସ୍ତା କଡ଼ରେ ଦେଖିବାକୁ ମିଳିଛି । ଘଟଣା ଘଟିବା ପରେ ସ୍ଥାନିୟ ଅଞ୍ଚଳ ଲୋକେ ଉଭୟଙ୍କୁ ଦେଓଗଡ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିରେ । ସେଠାରେ ଡାକ୍ତର ପ୍ରେମିକକୁ ମୃତ ଘୋଷଣା କରିଥିବା ବେଳେ ପ୍ରେମିକା ରିତା କାରିଗର ଅବସ୍ଥା ଗୁରୁତର ଥିବା ହେତୁ ଡକ୍ଟର ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠାଇଥିଲେ । ଏନେଇ ଖବର ପାଇ ଦେଓଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି , ବର୍ତ୍ତମାନ ସୁଦ୍ଧା ରିତା ଙ୍କ ପରିବାର ଲୋକ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।