ଭୁବନେଶ୍ୱର: ୬ ଦିନ ଅର୍ଥାତ ୪ ଟି କାର୍ୟ୍ୟ ଦିବସ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ । ୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ମୋଟ ୨୩ ଟି କାର୍ୟ୍ୟ ଦିବସ ଚାଲିଥିଲା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଛି । ସରକାର ଗୃହରେ ଉପସ୍ଥାପିତ କରିଥିବା ତିନୋଟି ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ଏହି ଅଧିବେଶନ ବେଶ ସରଗରମ ରହିଥିଲା । ନବ ଦାସଙ୍କ ହତ୍ୟାକାଣ୍ଡ, ୫-ଞ ପ୍ରସଙ୍ଗ, ଅଫିସର ରାଜ୍,ସୀମା ବିବାଦ, ମହାନଦୀ ବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗ କୁ ମୁଖ୍ୟ ମୁଦ୍ଦା କରିଥିଲେ ବିରୋଧୀ । ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ବିରୋଧୀ ।