ଗଛକୁ ପିଟି ରାସ୍ତାରେ ଓଲଟିଲା ବସ୍ ଜଣେ ମୃତ , ୩୦ ଆହତ

0

ନୟାଗଡ଼ : ନୂଆଗାଁ ସୋରଡ଼ା ଛକରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଏକ ଗଛରେ ପିଟି ହେବା ପରେ ଡିଭାଇଡରରେ ଘଷି ହୋଇ ରାସ୍ତା ଉପରେ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ତେବେ ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କର ସଠିକ ତଥ୍ୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଦଶପଲ୍ଲା ଏବଂ ନୟାଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ବସ ଭିତରେ ଆହୁରି ଯାତ୍ରୀ ଚାପିହୋଇ ରହିଥିବା ନେଇ ଆଶଙ୍କା କରାଯାଉଥିବାବେଳେ ଘଟଣାସ୍ଥଳରେ ନୟାଗଡ଼ ଏସପି ପହଞ୍ଚିଛନ୍ତି ।