ବସଷ୍ଟାଣ୍ଡରୁ ଚୋରି ହେଲା ବସ୍, ଚୋରିକୁ ନେଇ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ

0

ପୁରୀ : ପୁରୀ ବସଷ୍ଟାଣ୍ଡ ଏବେ ଯାତ୍ରୀଙ୍କ ପାଇଁ ସମ୍ପୂର୍ଣ ଅସୁରକ୍ଷିତ । ପୁରୀ ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ସହିତ କେତେ ବେଳେ ବି କିଛି ବି ଅଘଟଣ ଘଟିପାରେ । କହିବାକୁ ଗଲେ ଯାତ୍ରୀ ଙ୍କ ସୁରକ୍ଷା ଏବେ ମହାପ୍ରଭୁ ହାତରେ। ପୁରୀ ବସଷ୍ଟାଣ୍ଡ ରେ ଗତକାଲି ରାତି ଘଟିଯାଇଛି ଅଭାବନୀୟ ଘଟଣା । ବସଷ୍ଟାଣ୍ଡ ପରିସରରୁ ଚୋରି ହୋଇଯାଇଚି ଓଡ଼ି ୧୩ ଏଫ୍ ୦୬୭୮ ଖଣ୍ଡେଇ ନାମକ ଏକ ବସ। ବସ ଷ୍ଟାଣ୍ଡରେ ରାତିରେ ମାଳ ମାଳ ବସ କର୍ମଚାରୀଙ୍କ ଉପସ୍ଥିତି ଓ ପୋଲିସ୍ ପାଟ୍ରୋଲିଂ ସତ୍ବେ ଚୋରି ହୋଇ ଗଲା ବସ। ହେଲେ ଆଶ୍ଚର୍ୟ୍ୟର ବିଷୟ ଏହି ବସ ଚୋରିର କେହି ଟେର ପାଇଲେନି। ଏବେ ପ୍ରଶ୍ନ ଉଠୁଚି ଯେଉଁଠି ରାତିରେ ବସ ଚୋରି ହୋଇ ଯାଉଚି ସେଠୀ ଯାତ୍ରୀ କେତେ ସୁରକ୍ଷିତ। କିଛି ଦିନ ପୂରୀ ବସଷ୍ଟାଣ୍ଡରେ ନବିକରଣ ଓ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଆଳରେ ପୁରୀ ପ୍ରଶାସନ ଲକ୍ଷ ଲକ୍ଷ ଟଂକା ବ୍ୟୟ କରିଥିଲା। ହେଲେ ପୁରୀ ବସଷ୍ଟାଣ୍ଡରୁ ବସ ଚୋରି ପରେ ଏବେ ପୁରୀ ବସ ଷ୍ଟାଣ୍ଡରେ ଯାତ୍ରୀ, ପର୍ୟ୍ୟଟକଙ୍କ ସୁରକ୍ଷା ନେଇ ଆଶା ଆଶଂକା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ ଗତକାଲି ପୁରୀ ରୁ କଟକ ଚଳାଚଳ କରୁଥିବା ଓଡି ୧୩ ଏଫ୍ ୦୬୭୮ ଖଣ୍ଡେଇ ବସ କଟକ ରୁ ପୁରୀ ଆସି ସଂଧ୍ୟା ୭ ଟା ୩୦ ରେ ପୁରୀ ବସ ଷ୍ଟାଣ୍ଡ ରେ ପାର୍କିଂ କରିଥିଲା। ତେବେ ଆଜି ସକାଳୁ ବସ ପାଖକୁ ହେଲପର୍ ଡ୍ରାଇଭର ଯିବା ବେଳେ ବସ ଟି ସ୍ଥାନ ରେ ନ ଥିଲା। ପରେ ଚୋରି ହେବା ଆଶଙ୍କା କୁ ନେଇ ପୁରୀ କୁମ୍ଭାରପଡ଼ା ଥାନା ରେ ଏତଲା ଦେଇ ଥିଲେ ବସ କର୍ମଚାରି। ତେବେ ବସ ଟି ପୁରୀ ଗୋପ ରାସ୍ତା ର ଛଇତନା ବଜାର କଡ ରେ ଥିବା ସୂଚନା ମିକିଥିଲା। ହେଲେ ବସ ଷ୍ଟାଣ୍ଡ ରୁ ବସ ଟି ପ୍ରାୟ ୧୫ କିଲୋମିଟର ଦୂର କୁ କିଏ ନେଲା ତାହା ଏବେ ଅସ୍ପଷ୍ଟ ରହିଚି। ପୂରୀ ବସ ଷ୍ଟାଣ୍ଡ ରେ ସିସିଟିଭି ଅଚଳ ଥିବାରୁ ବସ କୁ କିଏ ନେଇଚି କିଛି ବି ସୁଚନା ମିଳିନାହିଁ। ତେବେ ବସ ଯେଉଁ ରାସ୍ତା ଦେଇ ଯାଇଚି ସେହି ଅଂଚଳର ସିସିଟିଭି ଜାଞ୍ଜ କରି ସୁରାକ ପାଇବା ଆଶା ରଖିଚି ପୋଲିସ୍ । ସେପଟେ ପୁରୀ ବସ ଷ୍ଟାଣ୍ଡ ରେ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବସ ମାଲିକ୍ ଓ କର୍ମଚାରି।