ଭୁବନେଶ୍ୱର । : ୧୨ ବିଭାଗର ୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । ଓଡ଼ିଶାରେ ଜିନ୍ଦଲ କରିବ ଇଲେକ୍ଟ୍ରିକ୍ ଭେଇକିଲ ମାନୁ ଫାକଚରଁନ ୟୁନିଟ । ୪୦ ହଜାର କୋଟି ନିବେଶ କରିବ ଜିନ୍ଦଲ ।ଫଳରେ ୧୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା । ନରାଜ ପାଖରେ ବ୍ୟାଟେରୀ ସହ ଉତ୍ପାଦନ ୟୁନିଟ କରିବ ଜିନ୍ଦଲ । କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଏକ ନୂଆ ପଲିସିକୁ ମଧ୍ୟ କ୍ୟାବିନେଟ ମୋହର। ଓଡ଼ିଶା ପ୍ରକ୍ୟୁରମେଣ୍ଟ ପ୍ରିଫରେଂଶ ପଲିସି ଫର୍ ମାଇକ୍ରୋ ସ୍ମଲ୍ ମନୁଫକଚରିଁ ଏଣ୍ଟରପ୍ରାଇଯେସ ୨୦୨୩ ଯେଉଁଥିରେ ଉଦ୍ୟୋଗୀଙ୍କ ପାଇଁ ରହିଛି କିଛି ସ୍ଵତନ୍ତ୍ର ବ୍ୟବସ୍ଥା । ସେହିପରି ସହରାଞ୍ଚଳରେ ଲିଜ ଜମିକୁ କିସମ ପରିବର୍ତ୍ତନ ପାଇଁ ଏବେ କମ ଦେୟ ଦେବାକୁ ପଡ଼ିବ । ପୂର୍ବରୁ ବେଞ୍ଚ ମାର୍କର ୧୦ ପ୍ରତିଶତ ଦେବାକୁ ପଡୁଥିଲା ଏବେ ମାତ୍ର ୩ ପ୍ରତିଶତ ଦେବାକୁ ପଡ଼ିବ । କୋକସରାରେ ଖୋଲିବା ଏକ୍ସାଇଜ ଷ୍ଟେସନ । ୭୪୨ VLW ଙ୍କୁ ବକେୟା ପେନସନ ପ୍ରଦାନ କରାଯିବ । ଡେରାସ ଠାରେ ୬୯୫୨ ଶଯ୍ୟା ବିଶିଷ୍ଟ ୱାର୍କିଁ ଓମେନ୍ ହଷ୍ଟେଲ ହେବ ନିର୍ମାଣ କରାଯିବ । ସେହିପରି କଫି ଚାଷ ପାଇଁ ୬ ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଜମିରେ କଫି ଚାଷ ପାଇଁ ୧୧୪୪ କୋଟି ଖର୍ଚ୍ଚ କରିବେ ସରକାର । ଏବେ ମାତ୍ର ୧୦ ହଜାର ହେକ୍ଟରରେ କଫି ଚାଷ କୁହାଯାଉଛି ।