ଆଜି ଠାରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଅଭିଯାନ ଆରମ୍ଭ

0

ନୂଆ ଦିଲ୍ଲୀ: ଦେଶରେ ସ୍ୱଚ୍ଛତା ଅଭିଯାନ ଅଭିଯାନ ଆରମ୍ଭ କରିଛି ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଗୃହ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଚଳିତ ବର୍ଷ ସ୍ୱଚ୍ଛତା ହିଁ ସେବା ଅଭିଯାନର ଥିମ୍ ରହିଛି ‘ଆବର୍ଜନା ମୁକ୍ତ ଭାରତ’। ସମ୍ପୂର୍ଣ୍ଣ ସ୍ୱଚ୍ଛ ଗ୍ରାମ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀରେ ସ୍ୱଚ୍ଛତା ଆଣିବା ଏହାର ମୂଳ ଲକ୍ଷ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଏବଂ ସହରୀ କାର୍ୟ୍ୟ ମନ୍ତ୍ରୀ ହରଦୀପ ପୁରୀ ଭର୍ଚୁଆଲ ପ୍ରକ୍ରିୟାରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଆବର୍ଜନା ସଫା କରାଯିବା ସହିତ ଡଷ୍ଟବିନ, ସର୍ବସାଧାରଣ ଶୌଚାଳୟ ଏବଂ ଅଳିଆ ବୋହୁଥିବା ଗାଡିକୁ ମରାମତି କରାଯିବ। ସେହିପରି ନଦୀ ଘାଟ, ଜଳଭଣ୍ଡାର, ପ୍ରାଣୀ ଉଦ୍ୟାନ, ଜାତୀୟ ପାର୍କ, ଅଭୟାରଣ୍ୟ ଆଦି ସ୍ଥାନକୁ ସଫା ସୁତରା କରାଯିବ।