ଭୁବନେଶ୍ୱର: ପୁଲିସ ଚଳାଇଛି ଗଞ୍ଜେଇ ବେପାର । ଥାନାରେ ହେଉଛି ଗଞ୍ଜେଇ ଚାଲାଣର ବ୍ଲୁ ପ୍ରିଣ୍ଟ । ଥାନା କର୍ମଚାରୀଙ୍କ ସମ୍ପୃକ୍ତିରେ ଜମିଛି ବେପାର । ପୁଲିସ ଗଞ୍ଜେଇ ଚାଲାଣଠୁ ଆରମ୍ଭ କରି, ବିତରଣ, ରାକେଟର ପରିଚାଳନା କାର୍ଯ୍ୟର ତଦାରଖ କରୁଛି । ପୁଲିସ ସୁରକ୍ଷା, ତତ୍ୱାବଧାନରେ ବେଧକ ଚାଲିଛି ଗଞ୍ଜେଇ କାରବାର ।
ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କ ସହଯୋଗରେ ଗଞ୍ଜେଇ ବ୍ୟବସାୟ ଚାଲିଛି । ଥାନା ହାବିଲଦାର ନଟବର ମହାନ୍ତି ଓ ହୋମଗାର୍ଡ ସୌମ୍ୟରଞ୍ଜନ ସାହୁ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି । ମାଲ ବା ଗଞ୍ଜେଇ ଚାଲାଣ ପୂର୍ବରୁ ଥାନା କର୍ମଚାରୀଙ୍କୁ ସୂଚନା ଦେଇଦେଲେ ଚାଲାଣ ବା ବଣ୍ଟନରେ ରହୁନାହିଁ କୌଣସି ସମସ୍ୟା । ଏଥିଲାଗି କିନ୍ତୁ ଚାଲାଣକାରୀଙ୍କୁ ଦେବାକୁ ହେଉଛି ମାସିକିଆ ବଟି । ଥରକୁ ୫ରୁ ୧୦ ହଜାର ପର୍ଯ୍ୟନ୍ତ ପକେଟ ହେଉଛି ଖାଲି । ତା ପରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣରେ ରହୁନି ସମସ୍ୟା । ନରସିଂହପୁର ଅଧିକାରୀଙ୍କ ସାହାଯ୍ୟରେ ଗଞ୍ଜେଇ ଅନୁଗୁଳ, ନରସିଂହପୁର, ନୟାଗଡ, ଫୁଲବାଣୀ ଓ ବୌଦ୍ଧରେ ବେପାର ଚାଲିଛି ସୁରୁଖୁରୁରେ । ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଶହେ ଅଣା ସତ । ଏନେଇ ଏସପିଙ୍କ ନିକଟରେ ମଧ୍ୟ ହୋଇଛି ଅଭିଯୋଗ । ଶୁଣନ୍ତୁ ଥାନା କର୍ମଚାରୀ ଓ ବେପାରୀଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପ ।